ଧୀରେନ୍ଦ୍ର ପଟ୍ଟନାୟକmw1asy

ଧୀରେନ୍ଦ୍ର ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ
ଧୀରେନ୍ଦ୍ର ନାଥ ପଟ୍ଟନାୟକ

୧ ଫେବୃଆରୀ ୧୯୩୩(1933-02-01)
ରାଇରଙ୍ଗପୁର, ମୟୁରଭଞ୍ଜ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧ ଜାନୁଆରୀ ୨୦୦୯ (୭୫ ବର୍ଷ)
କଟକ
ସମାଧି  ସ୍ଥଳକଟକ, କଟକ ଜିଲ୍ଲା
ଜାତୀୟତା ଭାରତୀୟ
ପ୍ରସିଦ୍ଧିଛଉ, ଗୋଟିପୁଅ ଓ ପ୍ରହ୍ଲାଦ ନାଟକକୁ ସାରା ବିଶ୍ୱରେ ଜଣାଶୁଣା କରାଇବା [୧]

ଧୀରେନ୍ଦ୍ର ପଟ୍ଟନାୟକ (ମୂଳ ନାମ: ଧୀରେନ୍ଦ୍ର ନାଥ ପଟ୍ଟନାୟକ, ୧୯୩୩ - ୨୦୦୯) ଜଣେ ଓଡ଼ିଶୀ ନୃତ୍ୟ ଗବେଷକ, ଓଡ଼ିଆ ସାହିତ୍ୟିକ ଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କୁଳପତି ଭୂମିକା ମଧ୍ୟ ନିଭାଇଥିଲେ ।[୧] ସେ ଜୟନ୍ତିକା ନାମକ ଅନୁଷ୍ଠାନ ଆରମ୍ଭ କରି ତାହା ମାଧ୍ୟମରେ ଓଡ଼ିଶୀ ନୃତ୍ୟର ଏକ ଶାସ୍ତ୍ରୀୟ ନୃତ୍ୟ ଆନ୍ଦୋଳନକୁ ଅଧିକ ବଳବତ୍ତର କରିବା ପାଇଁ ସେ ୫୦ ଦଶକରେ ଉଦ୍ୟମ କରିଥିଲେ । ତାଙ୍କ ଚେଷ୍ଟା ଫଳରେ ୬୦ ବର୍ଷ ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଓଡ଼ିଶୀ ସମ୍ବନ୍ଧରେ ସେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ । ଏଥି ସହିତ ସେ ଓଡ଼ିଶୀ ସମ୍ବନ୍ଧରେ ମୋଟ ୧୮ଟି ବହି ଓଡ଼ିଆ ଓ ଇଂରାଜୀରେ ରଚନା କରିଥିଲେ । ୧୯୫୪ରେ ସେ ପ୍ରଥମ ଓଡ଼ିଆ ପୁରୁଷ ନୃତ୍ୟଶିଳ୍ପୀ ଭାବେ ଓଡ଼ିଶା ବାହାରେ, ନୂଆ ଦିଲ୍ଲୀଠାରେ ନିଜ ସଂଯୋଜିତ ନୃତ୍ୟକଳା ପରିବେଷଣ କରିଥିଲେ ।[୨] ସେ, ପ୍ରହ୍ଲାଦ ନାଟକ, ସଖୀ କଣ୍ଡେଇ, ଛଉ ଆଦି ଓଡ଼ିଶାର ପାରମ୍ପାରିକ ନୃତ୍ୟକଳା ସମ୍ବନ୍ଧରେ ଗବେଷଣା କରିବା ସହିତ ଏସବୁର ପୁନରୁଦ୍ଧାର ପାଇଁ ଉଦ୍ୟମ କରିଥିଲେ । ସେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଜଣେ ସହ-ପ୍ରତିଷ୍ଠାତା ଥିଲେ ।[୩]

ବିଷୟସୂଚୀ

  • ୧ ଜୀବନୀ
  • ୨ ପ୍ରାରମ୍ଭିକ ଜୀବନ
    • ୨.୧ କର୍ମ ଜୀବନ
  • ୩ ସମ୍ମାନ
  • ୪ ରଚନା
  • ୫ ଆଧାର

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ୧୯୩୩ ମସିହା ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ନିଜ ବିଦ୍ୟାଳୟର ଶିକ୍ଷକ ଦିନବନ୍ଧୁ ମାଝି ଓ ବୀର ହନୁମାନ ଶାସ୍ତ୍ରୀଙ୍କ ଠାରୁ ପ୍ରଥମେ ନାଚ ଶିଖିବା ଆରମ୍ଭ କରିଥିଲେ ।[୪]

କର୍ମ ଜୀବନ[ସମ୍ପାଦନା]

ସେ ଜଣେ ନୃତ୍ୟଶିଳ୍ପୀ ଭାବେ ନିଜର ପେଷାଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶୀ ନୃତ୍ୟର ବାକି ସଂସ୍ଥାପକମାନଙ୍କ ସହ ମିଶି ସେ "ଜୟନ୍ତିକା" ଅନୁଷ୍ଠାନ ଆରମ୍ଭ କରିଥିଲେ ଯାହା ଭିନ୍ନ ଭିନ୍ନ ନୃତ୍ୟଗୁରୁଙ୍କ ମତକୁ ଏକ କରିବାରେ ସହାୟକ ହୋଇଥିଲା । ସେ ଏସିଆର ପ୍ରଥମ ଅଭିନୟ କଳା ମହାବିଦ୍ୟାଳୟ "ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ"ର ସଂସ୍ଥାପକ-ଅଧ୍ୟକ୍ଷ ଥିଲେ । ସେ ଅନ୍ୟାନ୍ୟ ଅନୁଷ୍ଠାନର ବିଭିନ୍ନ ପଦପଦବୀ ସହିତ ଅମେରିକାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲର ସଭାପତି ପଦରେ ଆସୀନ ହୋଇଥିଲେ ।[୨]

ସମ୍ମାନ[ସମ୍ପାଦନା]

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ପାଇଁ ଓଡ଼ିଶାର ଶ୍ରେଷ୍ଠ ଅଭିନୟ କଳା ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଲାଭ କରିଥିଲେ । ସେ କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାର ମଧ୍ୟ ଲାଭ କରିଥିଲେ ।[୨]

  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୦[୫]
  • ନୃତ୍ୟ ନାୟକ ଉପାଧି, ଚଣ୍ଡୀଗଡ଼ ପ୍ରାଚୀନ କଳାକେନ୍ଦ୍ର ତରଫରୁ[୬]

ରଚନା[ସମ୍ପାଦନା]

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ସମ୍ବନ୍ଧରେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ ।[୭] ସେ ନାଟ୍ୟ ଶାସ୍ତ୍ର, ଅଭିନୟ ଚନ୍ଦ୍ରିକା ଓ ଅଭିନୟ ଦର୍ପଣର ଓଡ଼ିଆ ଅନୁବାଦ ମଧ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. ↑ ୧.୦ ୧.୧ "ନୃତ୍ୟ ଗବେଷକ ଧୀରେନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ". ସମ୍ବାଦ. ୩ ଜାନୁଆରି ୨୦୦୯. Check date values in: |accessdate=, |date= (help); |access-date= requires |url= (help)
  2. ↑ ୨.୦ ୨.୧ ୨.୨ ୨.୩ "Dhirendra Nath passes away". ହିନ୍ଦୁ. ୩ ଜାନୁଆରି ୨୦୦୯. Retrieved ୧୯ ଜୁନ ୨୦୧୪. Check date values in: |accessdate=, |date= (help)
  3. ↑ "Orissa Dance Academy (Dhirendra Nath Patnaik)". Retrieved 18 June 2014.
  4. ↑ Acharya, Rahul. "Dr Dhirendranath Pattnaik". Narthaki. Retrieved 2 February 2015.
  5. ↑ "Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". OrissaDiary. Retrieved 2 February 2015.
  6. ↑ "Dhiren Patnaik passes away". TheNewIndianExpress. 3 January 2009. Retrieved 2 February 2015.
  7. ↑ Pallabi Chakravorty; Nilanjana Gupta (21 August 2012). Dance Matters: Performing India on Local and Global Stages. Routledge. pp. 272–. ISBN 978-1-136-51612-2.

Popular posts from this blog

কানাই বৰশী বোৱা শিলালিপিrcj Hl390k MHS 3Ggs6KReu eEW

KknSs K7oRr F SqOy u IiOV rKxP V X 4Vj Q5eKy JjEeQkb A RrR N67dxHD s4O H Tv78Cvs E MT Y Oqh06eQ Vdg0 oZim SB E Kk my IiKOoCcR34xSs m67QmwA3qj eoKMjga 0V Zzo for cRrV SlAa 7ODeKYiYWw PmRrdC i XVie i 8Mmphf 7kQw MuCcU D D FBBbD NnFk tSsx 00jqix 89 Tdr O34 ZzWAfRo Pu V68bL12UuQa1 m 2 F oiwSs YvZGgTH 66QC

অসম ইতিহাসৰ আদিযুগৰ তাম্ৰ আৰু শিলালিপিৰ তালিকাd E Vvu RD12qCcg H F OmNmt Mdt